Bisarga Sandhi Odia - Information That You Want

Monday 17 October 2016

Bisarga Sandhi Odia

ବିସର୍ଗ ସନ୍ଧି
( Bisarga Sandhi )

ବିସର୍ଗ ସନ୍ଧି ସହିତ ସ୍ଵରବର୍ଣ୍ଣ କିମ୍ଵା ବ୍ୟଞ୍ଜନ ବର୍ଣ୍ଣର ମିଳନକୁ ବିସର୍ଗସନ୍ଧି କହନ୍ତି । ମୂଳ ଆକାର ଭେଦରେ ବିସର୍ଗ ଦୁଇପ୍ରକାର ହୋଇପାରେ ।
ଯଥା :- ‘ର’ ଜାତ ଓ ‘ସ୍’ ଜାତ ବିସର୍ଗ ।
ପଦର ଅନ୍ତଃସ୍ଥିତ ‘ର´ଓ ‘ସ’ ସ୍ଥାନରେ ବିସର୍ଗ (ଃ) ହୋଇଥାଏ ।
‘ର୍’ ଜାତ ‘ସ୍’ ଜାତ
ନିର୍ = ନିଃ ତେଜସ୍ = ତେଜଃ
ଦୁର୍ = ଦୁଃ ମନସ୍ = ମନଃ
ଅନ୍ତର୍ = ଅନ୍ତଃ ଯଶସ୍ = ଯଶଃ
ପୁନର୍ = ପୁନଃ

ଯଥା :- ଯେଉଁପଦର ଅନ୍ତଃସ୍ଥିତ ‘ର´ପରିବର୍ତ୍ତେ ବିସର୍ଗ ବ୍ୟବହୃତ ହୋଇଥାଏ । ତାହାକୁ ‘ର୍’ ଜାତ ବିସର୍ଗ ଏବଂ ଯେଉଁପଦର ଅନ୍ତଃସ୍ଥିତ ‘ସ୍’ ପରିବର୍ତ୍ତେ ବିସର୍ଗ ବ୍ୟବହୃତ ହୋଇଥାଏ, ତାହାକୁ ‘ସ୍’ ଜାତ ବିସର୍ଗ କୁହାଯାଏ । ଆଗରୁ କୁହାଯାଇଛି – ବିସର୍ଗ ପରେ ସ୍ଵର କିମ୍ଵା ବ୍ୟଞ୍ଜନ ବର୍ଣ୍ଣ ଥାଇ ଯେଉଁ ସନ୍ଧି ହୁଏ, ତାକୁ ବିସର୍ଗସନ୍ଧି କହନ୍ତି ।

Read More

No comments:

Post a Comment