Tatpurus Samas Odia - Information That You Want

Monday 17 October 2016

Tatpurus Samas Odia

ତତ୍ ପୁରୁଷ ସମାସ
(Tatpurus Samas Odia) 

 
ସାଧାରଣତଃ ତତପୁରୁଷ ସମାସରେ ଉତ୍ତରପଦ ଅର୍ଥ ପ୍ରଧାନ ହୋଇଥାଏ । ନିମ୍ନଲିଖିତ ଉଦାହରଣଗୁଡିକୁ ଲକ୍ଷ୍ୟ କରାଯାଉ ।

                ଗୃହକୁ ଆଗତ (Gruhaku agata) – ଗୃହାଗତ (Gruhagata)
                ଶରଦ୍ୱାରା ଆହତ (Saradwara ahata)- ଶରାହତ (Sarahata)
                ମାତାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ (Matanka udeshyare sradha) – ମାତୃଶ୍ରାଦ୍ଧ (Matrusradha) 
                ବୃକ୍ଷରୁ ପତିତ (Brukhyaru patita) – ବୃକ୍ଷପତିତ (Brukhya patita),
                ଗାଁଆର ଲୋକ (Gaonra loka) – ଗାଆଁ ଲୋକ (Gaon loka) 
                ଜଳରେ ମଗ୍ନ (Jala re magna)– ଜଳମଗ୍ନ (Jalamagna) ‌।


           * ପ୍ରଖ୍ୟାତ ବ୍ୟାକରଣକାର ପାଣିନିଙ୍କ ମତରେ ସମାସ ଚାରି ପ୍ରକାର । କର୍ମଧାରୟ ଓ ଦ୍ୱିଗୁ ସମାସକୁ ସେ ତତପୁରୁଷ ସମାସର ଅନ୍ତର୍ଭୁକ୍ତ କରିଛନ୍ତି । ଯେଉଁ ସ୍ଥଳରେ ଅର୍ଥଦୃଷ୍ଟିରୁ ଉତ୍ତରପଦ (uttarapada) ପ୍ରଧାନ ହୋଇଥାଏ, ତାହା ତତପୁରୁଷ, ଯେଉଁସ୍ଥଳରେ ପୂର୍ବପଦ (purbapada) ପ୍ରଧାନ ବିବେଚିତ ହୁଏ, ତାହା ଅବ୍ୟୟଭାବ; ଯେଉଁଠି ଉଭୟପୂର୍ବପଦ ଓ ଉତ୍ତରପଦ ପ୍ରାଧାନ୍ୟ ରୁହେ ସେଠାରେ ଦ୍ୱନ୍ଦ୍ୱ ସମାସ (dwanda samas) ହୁଏ । ସମସ୍ୟାମାନ ପଦଗୁଡିକକର ଅର୍ଥକୁ ଅତିକ୍ରମ କରି ଅନ୍ୟଅର୍ଥର ପ୍ରାଧାନ୍ୟ ଆସୁଥିଲେ ‘ ବହୁବ୍ରୀହି ‘(Bahubrihi) ସମାସ ହୁଏ ।

           ଉଲ୍ଲିଖିତ ଉଦାହରଣରେ ପୂର୍ବପଦଗୁଡିକ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ବିଭକ୍ତି ହୋଇଅଛି । ଦ୍ୱିତୀୟାଠାରୁ ସପ୍ତମୀ ପର୍ଯ୍ୟନ୍ତ ବିଭକ୍ତିଯୁକ୍ତ ପଦ ପୂର୍ବପଦରୂପେ ରହି ଯେଉଁ ସମାସ ହୋଇଥାଏ, ତାହାକୁ ତତପୁରୁଷ ସମାସ (Tatpurus Samas) କୁହାଯାଏ ।

          ଦ୍ୱିତୀୟା ତତପୁରୁଷ :- ପୂର୍ବପଦରେ ଥିବା ଦ୍ୱିତୀୟା ବିଭକ୍ତିର ଚିହ୍ନ “ କୁ, କି, ଙ୍କୁ, ମାନଙ୍କୁ ” ଲୋପହୋଇ ଯେଉଁ ସମାସ ହୁଏ, ତାହାକୁ ଦ୍ୱିତୀୟା ତତପୁରୁଷ (dwitiya tatpurus)  କହନ୍ତି ।

          ଯଥା - ସୁଖକୁ ପ୍ରାପ୍ତ (Sukhaku prapta) – ସୁଖପ୍ରାପ୍ତ (sukha prapta)
                  ଘରକୁ ମୁହାଁ (Gharaku muhan) – ଘରମୁହାଁ (Ghara muhan)
                  ହରିକି ପ୍ରାପ୍ତ (hariki prapta) – ହରିପ୍ରାପ୍ତ (hari prapta) 

ସେହିପରି ସାହାଯ୍ୟପ୍ରାପ୍ତ (Sahajya prapta), ତେଲପିଆ (ବାଡି) ପଦାଶ୍ରିତ, ଚରଣାଶ୍ରିତ (charanasrita) , ଧନପ୍ରାପ୍ତ (Dhanprapta) , ବିଦ୍ୟାପ୍ରାପ୍ତ (Bidyaprapta) ଇତ୍ୟାଦି ‌।

                  ଚିରକାଳକୁ ବ୍ୟାପୀ ଦୁଃଖ (Chiraku byapi dukha) – ଚିରଦଃଖ (Chira dukha) (ବ୍ୟାପି ଅର୍ଥରେ ଦ୍ୱିତୀୟା )
                  ଚିରଦିନ ବ୍ୟାପୀ ଶତ୍ରୁ (Chira dina byapti satru) - ଚିରଶତ୍ରୁ (Chira satru) (ବ୍ୟାପି ଅର୍ଥରେ ଦ୍ୱିତୀୟା )
                  କ୍ଷଣକୁ ମାତ୍ର ସ୍ଥାୟୀ (khyanaku matra sthayi) – କ୍ଷଣସ୍ଥାୟୀ (khyanasthayi)  ( କାଳଅର୍ଥରେ ଦ୍ୱିତୀୟା )

Read More


Odia Samas
Add caption

No comments:

Post a Comment