Upapada Tatpurus Odia - Information That You Want

Monday 17 October 2016

Upapada Tatpurus Odia

ଉପପଦ ତତପୁରୁଷ
( Upapada Tatpurs )


          ନୂତନପଦ ଗଢିବା ପାଇଁ ‘ଧାତୁ’ ର ପୂର୍ବରେ କେତେକ ସ୍ଥଳରେ ବିଶେଷ୍ୟବାଚକ ପଦଥାଏ । ଏହି ବିଶେଷ୍ୟବାଚକ ପୂର୍ବପଦକୁ ‘ଉପପଦ’(Upapada) କୁହାଯାଏ ; ଏବଂ ତା’ ସହିତ ପରବର୍ତ୍ତୀ କୃଦନ୍ତ ପଦର ମିଳମ ଘଟିଥାଏ । ଉପପଦ ସହିତ ‘କୃତ’ ପ୍ରତ୍ୟୟ ନିଷ୍ଠନ୍ନ ଅନ୍ୟପଦ ମିଳିତ ହୋଇ ଯେଉଁ ସମାସ ହୁଏ, ତାହାକୁ ଉପପଦ ତତପୁରୁଷ (Upapada tatpurus) କହନ୍ତି ।

ଯଥା – କୁମ୍ଭକୁ କରେ ଯେ (kumbhaku kare je)– କୁମ୍ଭକାର (kumbhakara) ( ଯେ କରେ – କାର) ଏଠାରେ କୁମ୍ଭ ଉପପଦ (kumbha upapada) ।

ସେହିପରି ମଧୁପାନ କରେ ଯେ (madhupana kare je)– ମଧୁପ (madhupa), ସୁଖ ଦିଏ ଯେ (sukha dia je) – ସୁଖଦ / ସୁଖଦାୟୀ ‌(sukhada / sukhadayi) । ଶର୍ଯ୍ୟାରେ ଶୋଇଛି ଯେ (sarjare soichi je) – ଶର୍ଯ୍ୟାଶାୟୀ (sarjasayi), ସେହିପରି ଧନୁର୍ଦ୍ଧର (dhanurdhara), ସତ୍ୟବାଦୀ (Satyabadi), ନିଶାକର (Nishakar), ଜଳଧର (Jaladhara), ଆଗବୋଲା (agaboli), ଆଗଚଲା (agachala), ପ୍ରିୟମ୍ୱଦ (priyamwada), ଦିନକର (dinakar), ନିଶାକର (Nishakar), ଟିକାଦିଆ (tikadia), ସ୍ତନପାୟୀ (stanapayi) , ମିଥ୍ୟାଭାଷୀ (mithyabadi) ଇତ୍ୟାଦି ଉପପଦ ତତପୁରୁଷ ସମାସ ‌।

            କରିବା ଅର୍ଥରେ (kariba arthare) – କୃ (kru) + ଅ (a) – କାର (kara)
            ବୁଲିବା ଅର୍ଥରେ (buliba arthare) – ଚର୍ (kar) + ଅ (a) – ଚର (char)
            ପିଇବା ଅର୍ଥରେ (peiba arthare) – ପା (pa) + ଅ (a) = ପାୟୀ (payi) /ପ-ଯଥା = ମଧୁପ (madhupa) , ମଧୁପାୟୀ (madhupayi)

Releated Posts
ନଞ୍ ତତପୁରୁଷ

No comments:

Post a Comment