ଶ୍ଳେଷ
(Slesa Alanka)
(୧) ସଭଙ୍ଗ – ଶବ୍ଦକୁ ଭାଙ୍ଗି ଭିନ୍ନଭିନ୍ନ ଅର୍ଥ ଉତ୍ପନ୍ନ କଲେ ସଭଙ୍ଗ ଶ୍ଳେଷ ହୁଏ ।
(୨) ଅଭଙ୍ଗ – ଶବ୍ଦକୁ ନ ଭାଙ୍ଗି ଭିନ୍ନ ଭିନ୍ନ ଅର୍ଥ କଲେ ଅଭଙ୍ଗ ଶ୍ଳଷ ହୁଏ ।
(୩) ସଉଙ୍ଗାଭଙ୍ଗ – ସଭଙ୍ଗ ଓ ଅଭଙ୍ଗ ଶ୍ଳେଷର ସମ୍ମିଶ୍ରଣରେ ସଭଙ୍ଗାଭଙ୍ଗ ଶ୍ଳଷ ହୁଏ ।
ଉଦାହରଣ – “ବାବୁ ନାକ ଶିରୀ ଦାନ ଯୋଗ୍ୟ ଯୋଷାକୁ
ବିହର କାନନ କର ଆଲିଙ୍ଗନକୁ ।” (ବୈଦେହୀଶ ବିଳାସ)
ଏଠାରେ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି – ବାବୁ (ହେ ଲକ୍ଷ୍ମଣ) ନାକ (ସ୍ଵର୍ଗ) ଶିରୀ (ସୁଖ) ଦାନ (ଦେବା) ଯୋଗ୍ୟ ଯେଷା (ରମଣୀ – ସୂର୍ପଣଖା) କୁ ଆଲିଙ୍ଗନ କର ଓ କାନନରେ ବିହର (ବିହାର କର) । ଏହା ଅଭଙ୍ଗ ଶ୍ଳେଷର ଉଦାହରଣ । ଅନ୍ୟପକ୍ଷରେ – ହେ ଲକ୍ଷ୍ମଣ (ନାକ) ନାସା ଶିରୀ (ସୌନ୍ଦର୍ଯ୍ୟ) ଦାନ (ଛେଦନ) ଯୋଗ୍ୟ ଯେଷାକୁ ଆଲିଙ୍ଗନ ନକର (କରନାହିଁ)ଏବଂ ତା’ ର କାନକୁ ବିହର (ହରଣ କର – କାଟିଦିଅ) । ଏହା ସଭଙ୍ଗ ଶ୍ଳଷର ଉଦାହରଣ । ଉପରୋକ୍ତ ଦୁଇଟି ଅଳଙ୍କାର ମିଶି ପଦଟିକୁ ସଭଙ୍ଗାଭଙ୍ଗ ଶ୍ଳେଷ ଅଳଙ୍କାର ଅନ୍ତର୍ଭୁକ୍ତ କରିଛି ।
No comments:
Post a Comment