Lokbani Odia - Information That You Want

Lokbani Odia

ଲୋକବାଣୀ
(LOKABANI)

ମଣିଷ ନିଜମନର ଭାବକୁ ଭାଷା ମାଧ୍ୟମରେ ହିଁ ପ୍ରକାଶ କରିଥାଏ | ଭାଷାର ଶୈଳୀଗତ ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ବାକ୍ୟାଂଶ ବା ପଦ୍ୟାଂଶ ବ୍ୟବହୃତ ହୋଇଥାଏ | ଉଦାହରଣସ୍ୱରୁପ – ‘ଅଣ୍ଟିଛୁରୀ ତଣ୍ଟିକାଟେ’ – ବାକ୍ୟାଂଶଟି କାହାଦ୍ଵାରା କେଉଁ ସମୟରେ କୁହାଯାଇଥିଲା କହିହେବନି ‌‌‌‌‌। କିନ୍ତୁ ତାହା ଆଜିପର୍ଯ୍ୟନ୍ତ ଆମ ଭାଷାରେ ‘ଲୋକବାଣୀ’ ଭାବରେ ପ୍ରଚଳିତ ହୋଇଆସୁଛି ‌। କିନ୍ତୁ ଲୋକବାଣୀକୁ ପ୍ରବଚନ ମଧ୍ୟ କୁହାଯାଏ।
        ପ୍ରତ୍ୟେକଭାଷାରେ ଲୋକବାଣୀର ପ୍ରଚଳନ ଅଛି । କେତେକ କ୍ଷେତ୍ରରେ ଏହାର ଭାଗବତ ସାମଞ୍ଜସ୍ୟ ମଧ୍ୟ ଦେଖିବାକୁ ମିଲେ । ଯଥା – ‘ Might is right ’ ଓଡିଆରେ ‘ ଜୋରଜାର ମୁଲକ ତାର’ । ହିନ୍ଦିରେ ‘ ନାଚ୍ ନ ଜାନେ ଆଙ୍ଗନ ଟେଢା ’ – ଓଡିଆରେ ‘ ଚାଲି ନଜାଣି ବାଟର ଦୋଷ ’ – ଏହିପର କୁହାଯାଏ ।
        ଓଡିଆଭାଷାରେ ବହୁସଂଖ୍ୟାରେ ଲାକବାଣୀ ରହିଛି । ତନ୍ମଧ୍ୟରୁ କେତୋଟି ଲୋକବାଣୀ ତାହାର ଅର୍ଥସହ ଏଠାରେ ପ୍ରଦାନ କରାଗଲା ।


""
ଅଳପଧନ ବିକଳ ମନ (Alapa dhana bikala mana)ଦରିଦ୍ରଲୋକର ଚିନ୍ତା (daridra lokara chinta)
ଅତିଭକ୍ତି ଚୋରର ଲକ୍ଷଣ (atibhakti Chorara lakhyana)କାର୍ଯ୍ୟହାସଲ ଉଦ୍ଦେଶ୍ୟରଖି ଉପରକୁ ବିନମ୍ରବାହ ଦେଖାଇବା (karjyahasala udesyare uparaku binamra dekhaiba)
ଅଣ୍ଚିଛୁରୀ ତଣ୍ଟିକାଟେ (antichuri tantikate)ଆତ୍ମଲୋକ ଶତ୍ରୁତା ଆଚରଣକରିବା (atma loka satruta acharana kariba)
ଅଠା କାଠିରେ ପଡିବା (atha kathire padiba)ଅସୁବିଧାପରିସ୍ଥିତିର ସମ୍ମୁଖୀନହେବା (asubidha paristhira sammukhina heba)
ଅଳ୍ପବିଦ୍ୟା ଭୟଙ୍କରୀ (alpabidya bhayankari)ସାମାନ୍ୟ ଜ୍ଞାନ ପ୍ରୟୋଗର ପରିଣାମ (samanya gyana prayogara parinama)
ଅକାଳେ ନିୟମ ନାସ୍ତି (akale niyama nasti)ଅସୁବାଧା ସମୟରେ ନିୟମ ମାନି ଚଳିବା ସମ୍ଭହ ହୋଇ ନ ପାରେ (asubidha samayre niyama mani chaliba sambhaba hoi na pare)
ଅନ୍ଧଦେଶକୁ ଗଲି ଦର୍ପଣ ବିକି (andhadesaku gali darpana biki)ମୂର୍ଖଙ୍କ ଆଗରେ ତତ୍ତ୍ୱକଥା କହିବା (murkhanka agare tatwa katha kahiba)
ଅଳସୁଆର ବାରବାଟୀ ଚାଷ (alasuara barabati chasa)ନିକମା ବା ଅଲସୁଆ ଲୋକର ବୃଥା ଆସ୍ଫାଳନ (nikama ba alasua lokara brutha asphalana)
ଅଧର୍ମ ବିତ୍ତ ବଢେ ବହୁତ ଗଲାବେଳେ ଯାଏ ମୂଳ ସହିତ (adharma bita badhe bahuta galabele jai mula sahita)ପାପ ଅର୍ଜିତ ଧନ ସମୂଳ ନଷ୍ଟ ହୁଏ (papa arjita dhana samula nasta hue)
ଅଦାବେପାରୀର ଜାହାଜମୂଳ (adabeparira jahajamula)ଅନଧିକାର ଚର୍ଚ୍ଚା (anadhikara charcha)
ଅତିପରିଚୟେ ଗୌରବ ନଷ୍ଚ (atiparichaye gouraba nasta)ଅଧିକ ସଂପର୍କ ବା ମିଳାମିଶାରେ ସମ୍ମାନ ହ୍ରାସପାଏ (adhika samparka ba milamisare sammana hrasa pai)
ଅନ୍ଧଥରେ ବାଡିହଜାଏ (andha thare badi hajai)ଅଭିଜ୍ଞତାରୁ ସତର୍କଭାବ ବା ଶିକ୍ଷାଲାଭ କରିବା (abhigyataru sikhya labha)
ଧୁଆ ମୂଲା ଅଧୂଆମୂଳା ସମାନ (dhua mula adhua mula saman)ଯେଉଁଠି ଭଲମନ୍ଦ ବା ଉତ୍କୃଷ୍ଟ ନିକୃଷ୍ଟ ବିଚାର ହୁଏନା (jeunthi bahalmanda ba utkrusta nikrusta bichara huana)
ଅମୃତ ହାଣ୍ଡିରେ ବିଷ କଣିକା (amruta handire bisa kanika)ସାମାନ୍ୟ ଖରାପ ଅନେକ ଭଲକୁ ନଷ୍ଟକରେ (samanya kharap aneka bhalaku nasta kare)
ଅଣ୍ଟାରେ ନ ଥାଏ ଧନ, ପୁଅବାହା କରି ମନ (antare na thai dhana pua bahakari mana)ନିଜର ସାମର୍ଥ୍ୟଠାରୁ ଅତ୍ୟଧିକ ଖର୍ଚ୍ଚ କରିବାର ଯୋଜନା (nijara samarthya atyadhika kharcha karibara jojana)
ଆପେ ବଞ୍ଚିଲେ ବାପର ନାଁ (ape banchile bapara na)ଅନ୍ୟକଥା ଚିନ୍ତାନକରି ନିଜକୁ ରକ୍ଷା କରିବା (ସ୍ୱାର୍ଥପରତା) (anyakatha chinta nakari nijaku rakhya kariba (swarthaparata))
ଆୟଦେଖି ବ୍ୟୟ (aya dekhi byay )ମିତବ୍ୟୟୀ ହେବା (mitabyayi heba)
ଆ ବଳଦ ମତେ ବିନ୍ଧ (Aa balada mote bindh)ନିଜେ ନିଜେ ବିପଦକୁ ଡାକିଆଣିବା (nije nije bipadaku daki aniba)
ଆଲେସଖି, ଆପଣାମହତ ଆପେରଖି (alosakhi apana mahata ape rakhi)ନିଜ ସମ୍ମାନ ନିଜ ହାତରେ (nija sammana nija hatare)
ଆଲୋ ମଉସା, ଜଡ଼ ପଇସା (alo mousa jadda paisa)ଅର୍ଥହିଁ ସବୁର ମୂଳ (arthahi sabura mula)
ଆଗତ ଚଢେଇକି ବେସରବଟା (agata chadeiki besara bata)ହାତକୁ ଜିନିଷ ଆସିବା ପୂର୍ବରୁ ଉପଯୋଗ ପାଇଁ ପ୍ରସ୍ତିତି (hataku jinisa asiba purbaru upobhog pain prastuti)
ଆଲ୍ଲା ଦିଅନ୍ତିତ ଛପରଫାଡି ଦିଅନ୍ତି (allah deontita chaparafadi deonti)ଇଶ୍ୱର ଦୟାକଲେ ମଣିଷ ଆଶାତୀତ ଫଳପାଏ (eswara daya kale manisa asatita phala pai)
ଆକାଶ କଇଁଆ ଚିଲିକାମାଛ (akasa kaiya chilika macha)ଅସମ୍ଭବ କଥା କଳନା କରିବା (asambhaba katha kalana kariba)
ଆପଣା ଶିଙ୍ଗରେ ଭୂଇଁ ତାଡିବା (apana singare bhuin tadiba)ନିଜକୁ ନିଜେ ସମର୍ଥ ହେବା (nijaku nije samrtha heba)
ଆଖୁ କିଆରିରେ ପଶିବା (akhu kiarire pasiba)କୌଣସି କାର୍ଯ୍ୟ ଉତ୍ତମରୂପେ ନିର୍ଣ୍ଣୟ କରିନପାରିବା (konasi karjya uttama rupe nirnaya kari na pariba)
ଇଶ୍ୱର ଯାହାକରନ୍ତି ପ୍ରାଣୀର ମଙ୍ଗଳପାଇଁ (eswara jahakaranti pranira mangala pain)ଇଶ୍ୱର ମଙ୍ଗଳମୟ ଏହି ଧାରଣା (eswara mangalamaya ahi dharana)
ଉଡିଗଲା ଚଢେଇର ପର ଗଣିବା (udigala chadheira para ganiba)ଅତିବୁଦ୍ଧିଆ (ati budhia)
ଉପର ସୁନ୍ଦର ଭିତର ଫମ୍ପା / ଉପର ଚିକ୍କଣ ଭିତର ଫମ୍ପା (upara sundara bhitara fompa / upara chikkana bhitara fampa)ବାହାର ସୌଦର୍ଯ୍ୟ ଭିତରେ ନଥିବା (bahara soundarja bhitare a thiba)
ଉପର କେଡେ ସୁନ୍ଦର, ଭିତର ପୋଡା ଅଙ୍ଗାର / ମହାକାଳଫଳ କେଡେ ସୁନ୍ଦର ଭିତର ଦେଖିଲେ ପୋଡାଅଙ୍ଗାର (upara sundara bhitara fompa / upara chikkana bhitara fampa)ଉପରେ ଭଲକଥା, ଭିତରେ କପଟସ୍ୱଭାବ (upare bhalakatha bhitare kapata swabhaba)
ଋଷି ଜଟ ଛିଣ୍ଡାଇବା (rushi jata chindaiba)ସହନସୀଳ ଲୋକମଧ୍ୟ ଯେଉଁକଥା ସହିନପାରେ (sahanasila lokamadhya jeun katha sahinapare)
ଏକା ମାଘକେ ଶୀତଯାଏନାହିଁ (aka maghake sita jaynahi)ସୁଯୋଗ ବା ଦୁର୍ଯୋଗ କେବଳ ଥରେ ଆସେ ନାହିଁ (sujoga ba durjoga kebala thare ase nahi)
ଏକା ତୁଣ୍ଡରେ ଉଆ ଉଷୁନା (aka tundaku ua usuna)ଜଣଙ୍କ ମୁହଁରେ ଦୁଇଟି ବିପରୀତ କଥା (janaka muhare duita biparita katha)
ଗାଡିଆ ଗଙ୍ଗା (gadia ganga)ଅତିଶୟ ନିଷ୍ଠା / ମନର ଦୃଢତା କାର୍ଯ୍ୟସାଧନାରେ ସହାୟକ ହୁଏ (atisaya nistha / manara drudhata karjyasadhanare sahayaka hua)
ଏ ମନ ଖୋଜୁ ଥାଏ ଯାହା, କାଳେ ପ୍ରାପତ ହୁଏ ତାହା (a mana khojuthai jaha kale prapata hua taha)ବିଳମ୍ୱହେଲେ ମଧ୍ୟ ମନଅନୁସାରେ ଫଳ ମିଳେ (bilambahele madhya mana anusare phala mile)
ଓଟ ମୁହଁରେ ଜିରା (ota muhare jira)ଅଧିକ ଚାହୁଁଥିବା ଲୋକକୁ ଖୁବ୍ କମଦେବା (adhika chahun thiba byaktiku khub kam miliba)
ଓଧ ସାଙ୍ଗରେ ବଣଭୁଆ ବାଇ (odha sangare banabhua bai)ସମର୍ଥଲୋକ ସହିତ ଅସମର୍ଥ ଲୋକ (ଉତ୍ତଳା) ବାଉଳା ହେବା (samatha loka sahita asamartha loka baula heba)
ଓଷଦରାଗରେ ତାଟିଆ କାମୁଡିବା (osada ragare tatita kamudiba)ପକୃତ ଲୋକ ବିରୋଧରେ କିଛି କରିନପାରି ଅନ୍ୟ ଉପରେ ଦାଉସାଧିବା (prakruta loka biradhare kichi kari na pari anya upare dau sadhiba)
ସୂତା ମାଜିଲେ ମୋଟ (suta majile mota)ଗୋଟିଏ କଥାକୁ ଧରି ବସିଲେ ଗୁରୁତର ହୁଏ (gotia kathaku dhari basile gurutara hua)
କଷ୍ଟକଲେ କୃଷ୍ଣ ମିଳେ (kastakale krushna mile)ସବୁ ସିଦ୍ଧିର ମୂଳହିଁ କଠିନ ପରିଶ୍ରମ ( ସାଧନା ହିଁ ସିଦ୍ଧିର ଜନକ ) (sabu sidhhira mulahin kathina parisrama (sadhana hin sidhira janaka))
କହୁତୁଣ୍ଡ, ମେଣ୍ଢାମୁଣ୍ଡ (kahutunda mendhamunda)ଦୃଢବଚନ ବା ଆର୍ଷବଚନ (drudha bachana ba arsabachana)
କଂସାରି ଘର ପାରାକୁ କୁଲା ଢାଉଁ ଢାଉଁ (kansari ghara paraku kula dhaun dhaun)ପ୍ରତିକୂଳତାରେ ଅଭ୍ୟସ୍ତ ବ୍ୟକ୍ତି କୁ ସାମାନ୍ୟ ଭୟ ଦେଖାଇବା (pratikulatare abyasta byaktiku samanya bhaya dekhaiba)
କହି ଦେଉଥାଏ ପରକୁ /ବୁଦ୍ଧି ନଆସଇ ଘରକୁ (kahi deuthai paraku / budhi naasai gharaku)ଅନ୍ୟକୁ ଉପଦେଶଦେବା ସହଜ କିନ୍ତୁ ନିଜ ବେଳକୁ କଷ୍ଟକର (anyaku upadesadeba sahaja kintu nija belaku kastakara)
କଙ୍କାଡାକୁ ଗୋଲିଆପାଣି ସୁହାଏ (kankadaku golia pani suhai)ଅସାଧୁଲୋକପାଇଁ ଗୋଲମାଲିଆ ପରିସ୍ଥିତି ସହାୟକ ହୁଏ (asadhu loka pain golmalia paristhiti sahayaka hua)
କଳାକୁ ଧଳା, ଧଳାକୁ କଳାକରିବା ( ଏ ପାରିଗଛ ସେପାରିକି କରିବା ) (kalaku dhala kariba, dhalaku kala kariba ( Aparigacha separiki kariba))ମିଛ କୁ ସତ, ସତକୁ ମିଛ କରିବା (michaku sata sataku micha kariba)
କଅଁଳ ଲୁହାକୁ ବିଲେଇ କାମୁଡେ (kaonla luhaku bilei kamude)ସରଳ ଲୋକକୁ ସମସ୍ତେ ହଇରାଣ କରନ୍ତି (sarala lokaku samaste hoirana karanti)
କାଲ ଆଗରେ ମୂଳଚୋବାଇବା (kala agale mula chubaiba)ଯେ କିଛି ବୁଝେନାହିଁ ତା ଆଗରେ ତତ୍ତ୍ୱକଥା କହିବା (je kichi bujhe nahi ta agare tatwa katha kahiba)
କାହାର ପୁଷମାସ, କାହାର ସର୍ବନାଶ (kahara pusamasa kahara sarbanasa)ଜଣଙ୍କର ଲାଭବେଳେ ଆଉଜଣଙ୍କର କ୍ଷତି (janakara labha bele au janakara khyati)
କୁକୁର ଲାଙ୍ଗୁଡ ବାରବରଷରେ ସଳଖେନାହିଁ (kukura languda barabarase salakhe nahi)ପ୍ରକୃତି କେବେ ବଦଳେ ନାହିଁ (prakruti kebe badale nahi)
କୂପ ମଣ୍ଡୁକ (kupa manduka)ସଙ୍କୁଚିତ ପରିବେଶରେ ବଢିଥିବା ବ୍ୟକ୍ତି (sankuchita paribesare badhi thiba byakti)
କେଉଁଗାଈର ଗୋବର (keun gaira gobara)ଅତିସାମାନ୍ୟ / ତୁଚ୍ଛ (ati samanya / tuchha)
କୋପେବର ନହେଲେ ତପେ ବର (kopebara nahele tope bara)ଯେ କୌଣସି ଉପାୟରେ କାର୍ଯ୍ୟହାସଲ କରିବା (je kounasi upayare karjya hasala kariba)
କୌରବଙ୍କର ଖାଇ, ପାଣ୍ଡବଙ୍କର ଗାଇ / ବାପର ଖାଇ କକାର ‌ଋଣ ଶୁଝିବା (kourabankara khai pandabankara gai / bapara khai kakara runa sujhiba)ଜଣଙ୍କର ସାହାଯ୍ୟ ପାଇବା ଓ ଅନ୍ୟର କାମ କରିବା (jankara sahajya paiba o anyara kama kariba)
ଖଜୁରି ଗଛର କି ଗୁଣଗାଇବି ମୂଳରୁ ପାହାଚ ପାହାଚ (khajuri gochara ki guna gaibi mularu pahacha pahacha)କୌଣସି ଖରାପ ଲୋକର ବିଭିନ୍ନ କୁକର୍ମକୁ ଲକ୍ଷ୍ୟକରି କୁହାଯାଏ (kounasi kharap lokara bivinna karmaku lakhyakaki kuhajay)
ଖଣ୍ଡାଧାରରେ ଚାଲିବା (khanda dharare chaliba)ଖୁବ୍ ସତର୍କତାର ସହିତ ନିୟମମାନି କାମ କରିବା (khub satarkatara sahita niyama mani kama kariba)
ଖାଇବା ପତରରେ ଧୂଳଦେବା (khaiba patarare dhuli deba)ଜୀବିକାରେ ବାଧାଦେବା (jibikare badha deba)
ଖୋଲପର୍ବତ ମାର ମୂଷା (khola parbata mara musa)ସାମାନ୍ୟ କାମ ପାଇଁ ବହୁଶ୍ରମ ଓ ଚେଷ୍ଟା (samanya kama pain bahu srama o chesta)
ଗାଁ କନିଆ ସିଙ୍ଘାଣିନାକୀ (gaon kania singani nakia)ଯେ କୌଣସିଲୋକ ନିଜ ଅଞ୍ଚଳରେ ସମ୍ମାନ ନପାଇବା (je kounasi loka nija anchalare sammana na paiba)
ଗୁଣ ଚିହ୍ନେ ଗୁଣିଆ, ସୁନାଚିହ୍ମେ ବଣିଆ (guna chinhe gunia suna chinhe bania)ଗୁଣୀ ଗୁଣର ଆଦର କରେ (guni gunara adara kare)
ଘରଦିଅଁ ନପୂଜି ପରଦିଅଁ ପୂଜିବା (gharadion a puji paradion pujiba)ନିଜସ୍ୱ ବା ନିଜ ସଂସ୍କୃତିକୁ ଅବହେଳା କରି ଅନ୍ୟ ସଂସ୍କୃତିକୁ ଅନୁସରଣ କରିବା (nijaswa ba nija sanskrutira abahela kari anya sanskrutiku anusarana kariba)
ଘୁଷୁରିକି ପାଚିଲା କଦଳୀ (ghusuriki pachila kadali)ଇତର ବା ଅଯୋଗ୍ୟ ବ୍ୟକ୍ତି ପାଇଁ ଉନ୍ନତ ପରଚର୍ଯ୍ୟା (etara ba ajogya byakti pain unnata paracharjya)
ଘୋଡା ଛ’ ଟଙ୍କାକୁ ଦାନା ନଅ ଟଙ୍କା (ghoda cha tanka ku dana na tanka)କୌଣସି ଜିନିଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ଜିନିଷର ମୂଲ୍ୟଠାରୁ ଅଧିକହେବା (kounasi jinisara rakhyanabekhyana kharcha jinisara mulya tharu adhika heba)
ଚକେଗଲେ ବାରହାତ (chakegale bara hata)ଯଥା ସମୟରେ କାର୍ଯ୍ୟନକଲେ ବିଭିନ୍ନ କାରଣରୁ କାର୍ଯ୍ୟ ବିଳମ୍ୱିତ ହୁଏ କିମ୍ୱା ବିଘ୍ନଘଟେ (samayare karjya na kale bibhinna karanaru karjya bilambita hua kimba bighna ghate)
ଚାଷ ତରତର ବଣିଜମଠ (chasa taratara banija matha)ନିଦ୍ଦିଷ୍ଟ ସମୟରେ ସଂପାଦନ କରିବା (nirdista samayare sampadana kariba)
ଚିନ୍ତାଖାଏ ଗଣ୍ଡି, ଲୁଣଖାଏ ହାଣ୍ଡି (chinta khai gandi luha khai handi)ଚିନ୍ତା ଶରୀରକୁ ନଷ୍ଟ ତଥା ଦୁର୍ବଳ କରେ ଓ ଲୁଣ ହାଣ୍ଡିକୁ ନଷ୍ଟକରେ (chinta sariraku nasta tatha durbala kare o luna handiku nasta kare)
ଚୋରମନ ଚୋର ଗଣ୍ଠିରେ (chora mana chora ganthire)ଚୋର ସର୍ବଦା ଚୋରି କରିଥିବା ଦ୍ରବ୍ୟ ଧରାପଡିବା ଭୟରେ ଶଙ୍କିତ ଥାଏ (chora sarbada chori karithiba drabya dharapadiba bhayare sankita thay)
ଛୋଟ ସାପର ବିଷ ଟାଣ /ଛୋଟ ସାପର ବଡ ବିଷ (chota sapara bisa tana / chota sapara bada bisa)ଛୋଟ ବୋଲି ହେୟ ମନେ ନ କରିବା / କ୍ଷୁଦ୍ର ମଧ୍ୟରେ ଭୟଙ୍କରତା (chota boli heya mane na kariba / khyudra madyare bhayankarata)
ଜାନ୍ ଯାଉ ମାନ୍ ଥାଉ (jan jau man thau)ମାନ ବା ଇଜ୍ଜତ ଜୀବନଠାରୁ ଅଧିକ (mana ba ejata jinbanatharu adhika)
ଜୋର ଯାର ମୁଲକ ତାର (jor jar mulak tar)ଶକ୍ତିଶାଳୀ ହିଁ ପ୍ରଭୁତ୍ୱ ବିସ୍ତାର କରେ (saktisali hin prabhutta bistara kare)
ଟେକା ହାତରୁ ଖସିଲେ ଅଣବାହୁଡା (teka hataru khasile anabahuda)ଥରେ ଭୁଲ ହେଲେ ତାକୁ ସୁଧାରି ହୁଅ ନାହିଁ (thare bhul hele taku sudhari hua nahi)
ଡେଙ୍ଗା ମୁଣ୍ଡରେ ଠେଙ୍ଗା (denga mundre thenga)ଆଗୁଆ ଲୋକ ଉପରେ ଦାୟିତ୍ୱ ଓ ବିପଦ ଥାଏ (agua loka upare dayitwa o bipada thay)
ଢିଙ୍କିଶାଳ କଥା ନଜାଣି, ଢେଙ୍କାନାଳ କଥା କହିବା (dhinkisala katha na jani, dhenkanala katha kahiba)ଘରକଥା ନ ଜାଣି ଦୂରଦେଶର କଥା କହିବା (ghara katha na jani dura desar katha kahiba)
ଢୋକେ ପି’ ଦଣ୍ଡେ ଜୀ (dhoke pi dande ji)କଷ୍ଟେମଷ୍ଟେ ବଞ୍ଚିରହିବା (kaste maste banchi rahiba)
ତିନି ତୁଣ୍ଡରେ ଛେଳିକୁକୁର (tini tundare cheli kukura)ମିଛକତା ଅନେକଙ୍କଦ୍ୱାରା ବାରମ୍ୱାର ପ୍ରକାଶିତ ହେଲେ ସତ୍ୟପରି ପ୍ରତୀତ ହୁଏ (micha katha anekanka dwara barambara prakasita hele satya pari pratita hua)
ତୁଣ୍ଡବାଇଦ ସହସ୍ର କୋଶ (tunda baida sahashra kosa)ଲୋକ ମୁଖରେ କଥା ବହୁଦୂର ପ୍ରସରି ଯାଏ (loka mukhare katha bahudura prasari jay)
ତୁ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ (tu jete mathibu math, mu sei darapoda kat)ସ୍ୱଭାବ ସହଜରେ ବଦଳେନାହିଁ (swabhaba sahajare badale nahi)
ବିଛୁଆତି ‘ଦି’ ପତ୍ରରୁ କୁଣ୍ଡାଇହୁଏ (bichuati di patararu kundai hue)ପ୍ରକୃତ ଗୁଣ ପ୍ରାଥମିକ ସ୍ତରରୁ ହିଁ ଜଣା ପଡିଥାଏ (prakruta guna prathamika stararu hin jana padithay)
ତେଲିଆ ମୁଣ୍ଡରେ ତେଲ (telia mundare tela)ଦରିଦ୍ର ସାହାଯ୍ୟନକରୁ ସ୍ୱଚ୍ଛଳ ବ୍ୟକ୍ତିକୁ ସାହାଯ୍ୟ କରିବା (daridra saharjya na karu swachhala byaktiku saharjya kariba)
ଦଇବ ଦଉଡି ମଣିଷଗାଇ, ଯେଣିକି ଟାଣଇ ତେଣିକି ଯାଇ (daiba daudi manisagai, jeniki tanai teniki jai)ବିଧି ନିର୍ଦ୍ଦେଶରେ ମଣିଷ ପରିଚାଳିତ (bidhi nirdesare manisa parichalita)
ଦେଶକେ ଫାଙ୍କ୍ ନଈକେ ବାଙ୍କ (desake phanka naike banka)ଭିନ୍ନ ସ୍ଥାନର ଭିନ୍ନ ଚଲଣି ପରିଚାଳିତ (bhinna sthanara vinna chalani parichalita)
ଧରାକୁ ସରା ମଣିବା (dharaku sara maniba)ଅତି ଗର୍ବଭାବ ପ୍ରଦର୍ଶନ କରିବା (ati garba bhaba pradarsana kariba)
ଧାନ ପେଟରୁ ବାଲୁଙ୍ଗା ଜାତ (dhana petaru balunga jata)ଗୁଣବତୀ ମାଆ ଠାରୁ କୁପୁତ୍ର ଜନ୍ମ (gunabati maa tharu ku putra janma)
ଧୀରପାଣି ପଥର କାଟେ (dhira pani pathara kate)ଧୀର ସ୍ଥିର ଭାବେ କାର୍ଯ୍ୟକଲେ ସଫଳତା ମିଳେ (dhira sthira bhabe karjya kale safalata mile)
ଧୀର କଥାରେ ବଇରି ବଶ (dhira kathare bairi basa)ନମ୍ର ବ୍ୟବହାରଦ୍ୱାରା ସମସ୍ତଙ୍କୁ ବଶୀଭୂତ ବା ନିଜର କରିହୁଏ (namra byabahara dwara samastanku basibhuta ba nijara kari hua)
ନ ଦେଖିଲା ଓଉ ଛପଡା (a dekhile ou chapada)ଅସମ୍ଭବ କଥା କହିବା (asambhaba katha kahiba)
ନଈ ସୁଅକୁ ବାଲିବନ୍ଧ (nai suaku balibandha)ପଣ୍ଡପରିଶ୍ରମ / ବୃଥା ଚେଷ୍ଟା (pandaparisrama / brutha chesta)
ନଈରେ ଘରକରି କୁମ୍ଭୀର ସଙ୍ଗେ କଳି (naire gharakari kubhira sange kali )ଅଧୀନ ହୋଇ ମୁନିବଙ୍କ ସଙ୍ଗେ କଳି (adhina hoe munibanka sange kali)
ନାହିଣ ମାମୁଠାରୁ କଣା ମାମୁ ଭଲ (nahina mamutharu kana mamu bhala)କିଛି ନଥିବା ଅପେକ୍ଷା ସାମାନ୍ୟ ଥିବା ଭଲ (kichi na thiba apekhya samanya thiba bhala)
ପାପଧନ ପ୍ରାୟଶ୍ଚିତ୍ତରେ ଯାଏ (papadhana prayaschitare jai)ଅନ୍ୟାୟ ଅର୍ଜିତଧନ ଅଯଥାରେ ବିନଷ୍ଟହୁଏ (anyanya arjita dhana ajathare binasta hua)
ପାଣି ପିଇବ ଛାଣି, ପଇସାନେବଗଣି (pani peiba chani, paisanaba gani)ଉପଯୁକ୍ତ ଧ୍ୟାନ ଦେଇ କାର୍ଯ୍ୟକରିବା / ବିପଦ ନପଡିବା ଭଳି କାର୍ଯ୍ୟକରିବା (upajukta dyana dei karjya kariba / bipada na padiba bhali karjya kariba)
ପେଟ ପୋଷ, ନାହିଁ ଦୋଷ (peta posa, nahi dosa)ବଞ୍ଚିବାପାଇଁ କୋଣସି ବୃତ୍ତି ଗ୍ରହଣ କରାଯାଇପାରେ (banchiba pain kounasi grahana karajaipare)
ପୋଥିଗତ ବିଦ୍ୟା ପରହସ୍ତ ଧନ (pothigata bidya parahasta dhana)ନିଜେ ନଜାଣିଥିବା ବିଦ୍ୟା ବା ନିଜ ପାଖରେ ନଥାଇ ଅନ୍ୟପାଖରେ ଥିବା ଧନ କୋଣସି କାର୍ଯ୍ୟରେ ଲାଗେନାହିଁ (nije na janithiba bidya ba nija pakhare na thai anya pakhare thiba dhana kounasi karjyare lagenahi)
ଫୁଲଯୋଗୁ ଗଭା, ପଣ୍ଡିତ ଯୋଗୁ ସଭା (phulajogu gabha, pandita jogu sabha)ଏ ଉଭୟେ ଶୋଭା ବଢାନ୍ତି (a ubhaye sobha badhanti)
ବସିଖାଇଲେ ନଈବାଲି ସରେ (basi khaile nai bali sare)ଆଳସ୍ୟ ସର୍ବନାଶ କରେ (କ୍ଷତି କାରକ ) (alasya sarbanasa kare ( khyati karaka ))
ବତେଇଦେଳା ବୁଦ୍ଧି, ମାଗିଆଣିଲା ତିଅଣ (bateidela budhi magianile tiana )କ୍ଷଣସ୍ଥାୟୀ (khyana sthayi)
ବହୁଲାକରେ ମୂଷାମାରି ହୁଏ ନାହିଁ (bahulokare musamari hue nahi)ବହୁଲୋକ ଏକାଠିହେଲେ ସେମାନଙ୍କର ଭିନ୍ନ ଭିନ୍ନ ମତ ଯୋଗୁ କୌଣସି କାର୍ଯ୍ୟ ହୋଇପାରେ ନାହିଁ ( ନିଷ୍ପତ୍ତି ନିଆଯାଇ ପାରେନା ) (bahu loka akathi hele semankara bhinna mata jogu kounasi karjya hoi pare nahi (Nispati nia jai pare nahi))
ବଗର ବେକ ବଢିଲେ ମୀନର ବିପତ୍ତି (bagara beka badhile minara bippati)ଶତ୍ରୁର ସୁବିଧା ବିପଦର କାରଣ (satrura subidha bipadara karana)
ବ୍ରହ୍ମା ବିଳିବିଳେଇଲେ ବେଦ (brahma bilibileile beda)ପଣ୍ଡିତ ଲୋକର ଯେକୌଣସି କାର୍ଯ୍ୟକୁ ମହତ୍ତ୍ୱପୂର୍ଣ୍ଣ ବୋଲି ଧରିନେବା (pandita lokara je kounasi karjyaku mahatwapurna boli dharineba)
ବାହାସରିଲେ ବେଦି ମୁହଁପୋଡା (bahasarile bedi muhapoda)ସ୍ୱାର୍ଥସାଧନପରେ ଆଗ୍ରହ କମିଯିବା (swarthasadhana pare agraha kamijiba)
ମାନିଲେ ଠାକୁର, ନ ମାନଲେ ପଥର (manile thakura na manile pathara)ନିଜର ଦୃଷ୍ଟିକୋଣ ଅନୁସାରେ ମାନ୍ୟତା ଦେବା ଅଥବା ନଦେବା (nijara drusti kona anusare manyata deba athaba na deba)
ମୁଁ ତ ଖାଏ ମୋର ଭାତ, / ତୋର କିଆଁ ଗାଲରେ ହାତ (mu ta khai mor vata / tor kian galare hata)ଇର୍ଷା ପରାଣୟ ଲୋକକୁ କଟାକ୍ଷ (ersa parayana lokaku katakhya)
ଯତ୍ନ କଲେ ରତ୍ନମିଳେ (jantna kale ratna mile)ଅଧ୍ୟବସାୟ ସଫଳତାର ଚାବିକାଠି (adhyabasaya safalatara chabikathi)
ଯାହାପୁଅକୁ ସାପକାମୁଡିଥାଏ ସେ ପାଳଦଉଡି ଦେଖିଲେ ଡରେ (jahapuaku sapakamudi thai se pala daudi dekhile dare)ବିପଦ ଭୋଗିଥିବା ଲୋକ ବିପଦର ଆଶଙ୍କାରେ ଅସ୍ଥିରହୁଏ (bipada bhogithiba loka bipadara asankare asthira hua)
ଯେ ଯେଉଁଗାତ ଖୋଳେ ସେ ସେଇ ଗାତରେ ପଡେ (je jeun gata khole se sei gata re pade)ପରର ଅନିଷ୍ଟକଲେ ନିଜର ଅନିଷ୍ଟ ହୁଏ (parara anista kale nijara anista hua)
ଯେମିତି ଠାକୁର ସେମିତି ପୂଜା, ବାଲି ଗରଡାକୁ ଚାଉଳ ଭଜା (jemiti thakura semiti puja, bali garadaku chaula bhaja)ଗୁଣଘେନି ଆଦର (guna gheni adara)
ଯେ ପକ୍ଷୀ ଉଡେ ଯେତେଦୂର, ସେ ଜାଣେ ତହିଁର ବେଭାର (je pakhi ude jetedura, se jane tahinra bebhara)ଯେ ଯେତେ ବହୁଦର୍ଶୀ ଓ ଅଭିଜ୍ଞ ସେ କାମରେ ସେତିକି ଅଧିକ ସଫଳ ହୁଏ (je jete bahurdarsi o abhigyan se kamare sete adhika safala hua)
ଯେସାକୁ ତେସା (jesaku tesa)ଯେ ଯେପରି ବ୍ୟବହାର ଦେଖାଇବ ତା ପାଇଁ ଅନୁରୂପ ବ୍ୟବହାର (je jepari byabahara dekhaiba ta pain anurupa byabahara)
ଯେ ଦେଶେ ଯାଇ ସେ ଫଳଖାଇ (je dese jai se phala kahi)ସବୁସ୍ଥାନରେ ପରିସ୍ଥିତି ସହିତ ଖାପ ଖୁଆଇ ଚଳିବା (sabusthanare paristhiti sahita khapa khuae chaliba)
ରାଗ ପରମ ଚଣ୍ଡାଳ / ରାଗ ବହ୍ମ ଚଣ୍ଡାଳ (raga parama chandala / raga bramha chadala)ରାଗବେଳେ ମଣିଷ ଅନ୍ଧ – ଭଲ ମନ୍ଦ ବୁଝିପାରେନା (raga bele manisa andha bhala manda bujhi parena)
ଲୁଚିଛି ନା ଗୋଡଦିଇଟା ଦିଶୁଛି (luchi chi na goda duita disuchi)ଯେତେ ଘୋଡାଇଲେ ବି ଦୋଷ ଧରାପଡେ (jete ghodaelebi dosa dhara pade)
ଶୋଇଲା ପୁଅର ଭାଗ ନାହିଁ (soila puara bhaga nahi)କର୍ମକୁଣ୍ଠ ଲୋକ ଜୀବନରେ ହାରିଯାଏ ( ଅଳସୁଆ ଦୁଃଖ ପାଏ ) (karmakuntha loka jibanare harijai (alasua dukha pai))
ଷାଠିଏ ମହଣ ଘିଅ ହେବ ନା ରାଧା ନାଚିବ (sathia mohana ghia heba na radha nachiba)ଅସମ୍ଭହ ଅଟକଳ (asambhaba ata kala)
ସଭାରେ ହାଣ୍ଡି ଭାଙ୍ଗିବା (sabhare handi bhangiba)ଗୁପ୍ତକଥା ପ୍ରଘଟ କରିବା (gupta katha praghata kariba)
ସିଧା ଆଙ୍ଗୁଠିରେ ଘିଅ ବାହାରେ ନାହିଁ (sidha anguthire ghia bahare nahi)ସବୁକାମ ସହଜରେ ହୁଏ ନାହଁ (sabukama sahajare hua nahi)
ହଲିଲା ପାଣିରେ ଗୋଡନଦେବା (halila panire goda nadeba)ଗଣ୍ଡଗୋଳରେ ନ ପଶିବା (gandagolare na pasiba)
ହାତ ଅଳସେ ନିଶବଙ୍କା ­ (hata alase nisa banka)ଅଳସୁଆ ଦୁଃଖ ପାଏ (alasua dukha pai)
ହାତେମାପି ଚାଖଣ୍ଡେ ତାଲ (hate mapi chakhande chaliba)ସାବଧାନ ହୋଇ କାମ କରିବା (sabadhana hoi kama kariba)

No comments:

Post a Comment