କର୍ମଧାରୟ
( Karmadharay Samas )
ବିଶେଷଣ ଓ ବିଶେଷଣପଦକୁ ନେଇ ଯେଉଁ ସମାସ ହୋଇଥାଏ, ତାହାକୁ କର୍ମଧାରୟ ସମାସ କୁହନ୍ତି । ଏହି ସମାସର ’ସମସ୍ତପଦ’ ରେ ପରପଦର ଅର୍ଥ ପ୍ରାଧାନ୍ୟ ରହେ ।
ଉଦାହରଣ – (୧) ପୂର୍ବପଦ ବିଶେଷଣ, ପରପଦର ବିଶେଷ୍ୟ –
ପୂର୍ଣ୍ଣ ଅଟେ ଚନ୍ଦ୍ର ( Purna Ate Chandra ) – ପୂର୍ଣ୍ଣଚନ୍ଦ୍ର ( Purnachandra )
ରକ୍ତ ଅଟେ ଅମ୍ୱର ( Rakta ate amabara ) – ରକ୍ତାମ୍ୱର ( Raktambara )
ଡେଙ୍ଗା ଅଟେ ଗଛ ( Denga Ate gacha ) – ଡେଙ୍ଗାଗଛ ( Denga gacha )
ଚିରା ଅଟେ କନା ( Chira Ate kana ) – ଚିରାକନା ( Chirakana )
ନୀଳ ଅଟେ ଆକାଶ ( Nila ate akasa ) – ନୀଳଆକାଶ ( Nila Akasa )
ସୁ ଅଟନ୍ତି ପୁରୁଷ ( Su atanti Purusa ) – ସୁପୁରୁଷ ( Su purusa )
ଶୁଖିଲା ଅଟେ କାଠ ( Sukhila ate katha ) – ଶୁଖିଲା କାଠ ( Sukhila katha )
(ମହତୀ) ମହା ଅଟେ ବାତ୍ୟା ( Maha ate batya ) – ମହାବାତ୍ୟା ( Mahabatya )
ସେହିପରି ମୁକ୍ତବାୟୁ ( Muktabayu ), ବୃଦ୍ଧଲୋକ ( Brudhaloka ), ସଜ୍ଜନ ( Sajanna) , ନୀଳୋତ୍ପଳ ( Nilotpala ), ସ୍ୱାୟତ୍ତଶାସନ ( Swayatasasana ), ଫଳନ୍ତିଗଛ ( falantigacha ), ଉଡାଜାହାଜ ( Udajahaja ), ପୋଡ଼ାତିଅଣ ( Podatiana ), ସଫାଲୁଗା ( Safaluga ), ମଧୁରମାଛ ( Madhuramacha ), ଉଡନ୍ତାଥାଳିଆ ( Udanta thalia ), ପ୍ରିୟମିତ୍ର (priya mitra ), କସରାବଳଦ ( Kasara balada ) ଇତ୍ୟାଦି ।
୨. ଉଭୟ ପୂର୍ବପଦ ଓ ପରପଦ ବିଶେଷଣ; ଅର୍ଥାତ୍ ଦୁଇଟି ବିଶେଷଣ ପଦର ମିଳନରେ ଏହି ସମାସ ମଧ୍ୟ ହୋଇଥାଏ ।
ଯଥା – ଯେ ରୁଦ୍ର ସେ ସୁନ୍ଦର ( Je rudra se sundara ) – ରୁଦ୍ରସୁନ୍ଦର ( Rudrasundara )
ଯେ ଭୀମ ସେ କାନ୍ତ ( je bhima se kanta ) – ଭୀମକାନ୍ତ ( Bhimakanta)
ସେହିପରି ଚଲାଖଚତୁର ( Chalakha Chatura ), ନୀଳଲୋହିତ ( Nilalohita )(ଶିବ) ମୃଦୁମନ୍ଦ ( mrudumanda ), ସଦାସିଧା ( Sadasidha ), ମୋଟାବାଙ୍ଗରା ( Motabangara ) ଇତ୍ୟାଦି ।
୩. ଦୁଇଟି ବିଶେଷ୍ୟପଦର ମିଳନରେ କର୍ମଧାରୟ ( Karmadharaya) ସମାସ –
ଯେ ରାଜା ସେ ଋଷି ( Je Raja Se rushi ) – ରାଜର୍ଷି ( Rajarshi )
ଯେ ଦେବ ସେ ଋଷି ( Je deba se rushi ) – ଦେବର୍ଷି ( Debarshi )
ସେହିପରି ବିପ୍ରର୍ଷି ( Biprasi ), ବ୍ରହ୍ମର୍ଷି ( Brahmarsi)।
Read More
(କ) ଉପମିତ କର୍ମଧାରୟ ସମାସ (Upamita Karmadharay Samas
ସୌନ୍ଦର୍ଯ୍ୟ ଲାବଣ୍ୟ, ମାଧୁର୍ଯ୍ୟ ପ୍ରଭୃତି ପ୍ରକାଶ କରିବା ପାଇଁ ଅଳ୍ପଗୁଣ ବିଶିଷ୍ଟ ଶବ୍ଦକୁ ବହୁଗୁଣବିଶିଷ୍ଟ (ପ୍ରସିଦ୍ଧ ) ଶବ୍ଦ ସହିତ ସଂଯୋଗ କର ଆମେ ବ୍ୟବହାର କରିଥାଉ ।
ଯଥା – “ ସୀତାଙ୍କର ମୁଖଚନ୍ଦ୍ରରେ ସୋନ୍ଦର୍ଯ୍ୟ ଫୁଟି ଉଠୁଥିଲା । ଏଠାରେ ମୁଖକୁ ଚନ୍ଦ୍ରମା ସହିତ ଉପମା ଦିଆଯାଇଛି । ‘ ଚନ୍ଦ୍ରମା ବହୁଗୁଣ ବିଶିଷ୍ଟ ସୌନ୍ଦର୍ଯ୍ୟବାଚକ ପ୍ରସିଦ୍ଧ ଶବ୍ଦ । ଏଠାରେ ‘ଚନ୍ଦ୍ରମା’ ଉପମାନ ଏବଂ ଉପମେୟ ।
ଯାହାକୁ ଉପମା ( Upama )(ତୁଳନା) ଦିଆଯାଏ – ଉପମେୟ ( Upameya )
ଯାହାର ଉପମା (ତୁଳନା) ଦିଆଯାଏ – ଉପମାନ ( Upamana )
ଉପମା ଦେଲାବେଳେ (ତୁଳନା କଲାବେଳେ) ଉପମେୟ, ଉପମାନ ଓ ସାଦୃଶ୍ୟକୁ (ଉପମେୟ ଓ ଉପମାନ ମଧ୍ୟରେ ସମାନ ଧର୍ମକୁ ) ଲକ୍ଷ୍ୟ କରାଯାଏ । ଅଳ୍ପଗୁଣବିଶିଷ୍ଟ ପଦାର୍ଥକୁ ଉପମେୟ ଓ ବହୁଗୁଣବିଶିଷ୍ଟ ପ୍ରସିଦ୍ଧ ପଦାର୍ଦକୁ ଉପମାନ କୁହାଯାଏ । ‘ମୁଖ’ ହେଉଛି ‘ଉପମେୟ’ (ତୁଳନାଯୋଗ୍ୟ) ଏବଂ ଚନ୍ଦ୍ର ହେଉଛନ୍ତି ବହୁପ୍ରସିଦ୍ଧ ସୋନ୍ଦର୍ଯ୍ୟବାଚକ ଶବ୍ଦ – ‘ଉପମାନ’ । ସ୍ନିଗ୍ଧତା ଓ ଶୁଭ୍ରତା ହେଉଛି ସଦୃଶଗୁଣ ବା ସମାନ ଧର୍ମ । ତେଣୁ ସୁନ୍ଦର ମୁଖକୁ ଚନ୍ଦ୍ର ସହିତ ଉପମା ଦିଆଯାଏ । ‘ମୁଖଚନ୍ଦ୍ର’ ଅର୍ଥାତ ମୁଖଟି ଚନ୍ଦ୍ରପରି; ଏହିଭାବ ପ୍ରକାଶ ପାଉଛି । ସଦୃଶଗୁଣ ବା ଉଭୟଙ୍କର ସମାନଧର୍ମ ହେଉଛି ଉପମାର ନିୟାମକ ।
ପୂର୍ବପଦ ଉପମେୟ ଓ ପରପଦ ଉପମାନ ହେଲେ ତାହାକୁ ଉପମିତ କର୍ମଧାରୟ ସମାସ କହନ୍ତି ।
ଯଥା ¬ ଅଧର ବିମ୍ୱ ପରି ( Adhara bimba pari ) – ଅଧରବିମ୍ୱ ( Adharabimba )
ମୁଖ ଚନ୍ଦ୍ର ପରି ( Mukha Chandra Pari ) – ମୁଖଚନ୍ଦ୍ର ( Mukhachandra )
ସେହିପରି ପାଦପଦ୍ମ ( Padapadma ), କରକମଳ ( Karakamala ), ନରସିଂହ ( Narasingha ), ପୁରୁଷବ୍ୟାଘ୍ର ( Purusabyaghra ) ପ୍ରଭୃତି ଉପମିତ କର୍ମଧାରୟ ସମାସ ।
(ଖ) ଉପମାନ କର୍ମଧାରୟ ସମାସ (Upamana Karmadharaya Samas)
ସମସ୍ତ ପଦରେ ବହୁଗୁଣବିଶିଷ୍ଟ ଉପମାନ ଏବଂ ସାମ୍ୟବାଚକ (ଗୁଣଧର୍ମ ବାଚକ) ପଦ ଥିଲେ ତାହାକୁ ଉପମାନ କର୍ମଧାରୟ ସମାସ କହନ୍ତି ।
ଏ ସମାସର ‘ସମସ୍ତପଦ’ ରେ ଉପମାନବାଚକ ପଦଟି ପୂର୍ବରେ ରହେ ।
ତୁଷାର ପରି ଧବଳ ( Tusara Pari Dhabala ) - ତୁଷାରଧବଳ ( Tusara Dhabala )
ଘନ ପରି ଶ୍ୟାମ ( Ghana pari shyam ) – ଘନଶ୍ୟାମ ( ghanashyam )(କୃଷ୍ଣ)
ଲବଣୀ ପରି କୋମଳ ( Labanni Parai kommala )– ଲବଣୀକୋମଳ ( lobanikomala )
ସ୍ଫଟିକ ପରି ସ୍ୱଚ୍ଛ ( Spatikaa pari swachha ) – ସ୍ଫଟିକସ୍ୱଚ୍ଛ ( Spatikaswacha )
କୁନ୍ଦ ପର ଧବଳ ( kunda pari dhabala ) – କୁନ୍ଧଧବଳ ( Kunadhabala )
( ଧବଳ, ଶ୍ୟାମ, କୋମଳ, ସ୍ୱଚ୍ଛ ପ୍ରଭୃତି ହେଉଛି ଉପମାନ ଓ ଉପମେୟ ମଧ୍ୟରେ ସମାନ ଗୁଣବାଚକ ଶବ୍ଦ, ଯାହାକୁ ଆଧାର କରି ଉପମା ଦିଆଯାଇଛି । )
(ଗ) ରୂପକ କର୍ମଧାରୟ ସମାସ (Rupaka Karmadharay Samas)
ଅଭେଦ ବା ଅଭନ୍ନତା କଳ୍ପନା କରାଯାଇ ଦୁଇଟି ପଦର ସମାସ ହେଲେ ଅର୍ଥାତ ଉପମେୟ ପୂର୍ବପଦ ଓ ଉପମାନ ଉତ୍ତରପଦ ହୋଇ ଉଭୟଙ୍କ ମଧ୍ୟରେ ଅଭେଦସୂଚକ ପଦ ବ୍ୟବହୃତ ହେଲେ ରୂପକ କର୍ମଧାରୟ ସମାସ ହୁଏ ।
ସ୍ତ୍ରୀ ରୂପକ ରତ୍ନ ( stri ruparaa jatna )– ସ୍ତ୍ରୀରତ୍ନ ( Stri ratna )
ଜ୍ଞାନ ରୂପକ ଆଲୋକ ( Gyana rupaka aloka )– ଜ୍ଞାନାଲୋକ ( gyanaloka )
ବିଦ୍ୟା ରୂପକ ଦାନ ( Bidyarupaka dana ) – ବିଦ୍ୟାଦାନ ( Bidyadana )
 s; ସେହିପରି ଦୁଃକାର୍ଣ୍ଣବ, ଶୋକାଗ୍ନି, ଶୋକସାଗର, କଳୁଷପଙ୍କ( Kalusapanka ), ଅଜ୍ଞାନାନ୍ଧକାର ( agyanaandhakar ), ବିଦ୍ୟାଦାନ ( Bidyadana ), ଚିନ୍ତାନଳ ( Chintanala ) ପ୍ରଭୃତି ରୂପକ କର୍ମଧାରୟ ।
(ଘ) ମଧ୍ୟପଦଲୋପୀ କର୍ମଧାରୟ ସମାସ ( Madhyapadalopi Karmadharay Samas)
ଯେଉଁ କର୍ମଧାରୟ ସମାସର ‘ସମସ୍ତପଦ’ ରେ ବିଗ୍ରହବାକ୍ୟର ମଧ୍ୟବର୍ତ୍ତୀ ପଦଟି ଲୋପ ହୋଇଥାଏ, ତାହାକୁ ମଧ୍ୟପଦଲୋପୀ କର୍ମଧାରୟ କହନ୍ତି ।
ଯଥା – ସୁନା ତିଆରି ମୁଦି ( suna tiara muddy ) – ସୁନାମୁଦି ( sunamodi )
ସିଂହ ଚିହ୍ନିତ ଆସନ (Sinha chinhita Asana ) ¬ ସିଂହାସନ ()
ଘୋଡା ଟଣା ପୋଲ ( Ghoda tana pola ) ¬ ଘୋଡାପୋଲ ( ghoda pola )
&nssbsp; କାଠ ତିଆରି ପୋଲ ( Katha tiara pola )¬ କାଠପୋଲ ( Kathaapotaa bulb )
ବେତ ବୁଣା ଟୋକେଇ ( beta buna tokei ) – ବେତଟୋକେଇ ( betatokei )
ଘିଅ ମିଶା ଭାତ ( ghia misha bhata ) – ଘିଅଭାତ ( Ghiabhata )
ସେହିପରି ଦହିଚୁଡା ( Dahichuda ), ବକଧାର୍ମିକ ( bakadharmika ), ଗଜମୂର୍ଖ ( Gajamurkha ), ପିତ୍ତଳହଣ୍ଡା ( pitallahanda ), ପଥରବନ୍ଧ ( pathara bandha ) ପ୍ରଭୃତି ମଧ୍ୟମଧରଣର କର୍ମଧାରୟ ।
ପଳ ¬– ମାଂସ; ପଳ ମିଶ୍ରିତ ଅନ୍ନ ( phala mishrita anna ) = ପଳାନ୍ନ ( palanna ) (ପଲାଭ)
କର୍ମଧାରୟ ସମାସର ଆଉକେତେକ ଉଦାହରଣ –
୧. ଅନ୍ୟଗ୍ରାମ ( anyagrama )– ଗ୍ରାମାନ୍ତର ( gramantara ) , ଅନ୍ୟଦେଶ ( anyadesa ) – ଦେଶାନ୍ତର ( desantara )
ଅନ୍ୟଧର୍ମ ( anyadharma ) – ଧର୍ମାନ୍ତର ( dharmantara )
ସେହିପରି ନାମାନ୍ତର ( namantara ), ଗୃହାନ୍ତର ( gruhantara ), ଭାଷାନ୍ତର ( bhasantara ), ରୂପାନ୍ତର ( rupantara ) ଇତ୍ୟାଦି କର୍ମଧାରୟ ଅର୍ନ୍ତର୍ଭୁକ୍ତ ।
୨. କୁ ( ku )( କୁତ୍ସିତ Kutsita) ଆକାର ( akara ) – କଦାକାର ( kadakara )
କୁ (କୁତ୍ସିତ kutsita ) ଆଚାର – କଦାଚାର ( kadachara )
କୁ (କୁତ୍ସିତ) ପୁରୁଷ ¬ କୁପୁରୁଷ ( ku purusa )/ କାପୁରୁଷ ( kapurusa )
(ଏହିସବୁ ସ୍ଥଳରେ କୁତ୍ସିତ ଅର୍ଥରେ କୁ , କା, କତ୍ ହୋଇଥାଏ । )
No comments:
Post a Comment