ସ୍ଵରସନ୍ଧି
( Swara Sandhi )
ସ୍ଵର ସନ୍ଧି ( Swara Sandhi ) : ପରସ୍ପର ସନ୍ନିହିତ ଦୁଇଟି ସ୍ଵରବର୍ଣ୍ଣର ମିଳନକୁ ସ୍ଵରସନ୍ଧି କହନ୍ତି ।
୧. (କ) ଅ + ଅ = ଆ
ଶଶ + ଅଙ୍କ = ଶଶାଙ୍କ ( Sasanka )
ସାର + ଅଂଶ = ସାରାଂଶ ( Saransha )
ସ୍ଵ + ଅଧିନ = ସ୍ଵାଧିନ ( Swadhina )
ଗ୍ରାମ + ଅଞ୍ଚଳ = ଗ୍ରାମାଞ୍ଚଳ ( Gramanchala )
(ଖ) ଅ + ଆ = ଆ
ହିମ + ଆଳୟ = ହିମାଆଳୟ ( Himalaya )
ଉଚ୍ଚ + ଆସନ = ଉଚ୍ଚୀସନ ( Uchhasana )
ରତ୍ନ + ଆସନ = ରତ୍ନାକର (Ratnakara)
ରାଜେନ୍ଦ୍ର + ଆସନ = ରାଜେନ୍ଦ୍ରାସନ (Rajendrasana )
(ଗ) ଆ + ଅ = ଆ
ଆଶା + ଅତୀତ = ଆଶାତୀତ ( Asatita )
ସୁଧା + ଅଂଶୁ = ସୁଧାଂଶୁ (Sudhansu )
ବିଦ୍ୟା + ଅଭିମାନ = ବିଦ୍ୟାଭିମାନ ( Vidyabhimana )
ବିଦ୍ୟା + ଅଳଙ୍କାର = ବିଦ୍ୟାଳଙ୍କାର ( Bidyalankara )
(ଘ) ଆ + ଆ = ଆ
ବିଦ୍ୟା + ଆଳୟ = ବିଦ୍ୟାଳୟ ( Bidyalaya )
ମହା + ଆନନ୍ଦ = ମହାନନ୍ଦ ( Mahananda )
ମହା + ଆକାଶ = ମହାକାଶ ( Mahakash )
ସୁଧା + ଆକାର = ସୁଧାକର ( Sudhakar )
ସୂତ୍ର : - ‘ଅ’ ବା ‘ଆ’ ପରେ ‘ଅ’ ବା ‘ଆ’ ଥିଲେ ଦୁହେଁ ମିଶି ‘ଆ’ ହୁଅନ୍ତି । ସେହି ‘ଆ’ – ଆକାର (।) ହୋଇ ପୂର୍ବବର୍ଣ୍ଣରେ ଯୁକ୍ତ ହୁଏ ।
୨. (କ) ଇ + ଇ = ଈ
ଯତି + ଇନ୍ଦ୍ର = ଯତୀନ୍ଦ୍ର ( Jatindra )
ଅତି + ଇବ = ଅତୀବ ( Atiba )
ପ୍ରତି + ଇତି = ପ୍ରତୀତି ( Pratiti )
ମୁନି + ଇନ୍ଦ୍ର = ମୁନୀନ୍ଦ୍ର ( Munindra )
(ଖ) ଇ + ଈ = ଈ
ମୁନି + ଈଶ୍ଵର = ମୁନୀଶ୍ଵର ( Muniswara )
କ୍ଷିତି + ଈଶ = କ୍ଷିତୀଶ ( Khitis )
ପରି + ଈକ୍ଷା = ପରୀକ୍ଷା ( Parishya )
(ଗ) ଈ + ଇ = ଈ
ମହୀ + ଇନ୍ଦ୍ର = ମହୀନ୍ଦ୍ର ( Mahindra )
ଶଚୀ + ଇନ୍ଦ୍ର = ଶଚୀନ୍ଦ୍ର ( Sachindra )
(ଘ) ଈ + ଈ = ଈ
ପୃଥୀ + ଈଶ୍ଵର = ପୃଥୀଶ୍ଵର ( Pruthiswara )
ରଜନୀ + ଈଶ = ରଜନୀଶ ( Rajanish )
ପାର୍ବତୀ + ଈଶ = ପାର୍ବତୀଶ ( Parbatisha )
ସୂତ୍ର :- ‘ଇ’ ବା ‘ଈ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି ‘ଈ’ ହୁଅନ୍ତି । ସେହି ‘ଈ’ ଈ କାର (↿) ହୋଇ ପୂର୍ବବର୍ଣ୍ଣ ଯୁକ୍ତ ହୁଏ ।
Read More
୩. (କ) ଉ + ଉ = ଊ
ସୁ + ଉକ୍ତି = ସୂକ୍ତି ( Sukti )
କଟୁ + ଉକ୍ତି = କଟୂକ୍ତି ( Katukti )
ମରୁ + ଉଦ୍ୟାନ = ମରୂଦ୍ୟାନ ( Marudyan )
(ଖ) ଉ + ଊ = ଊ
ଲଘୁ + ଉର୍ମି = ଲଘୂର୍ମି ( Laghurmi )
(ଗ) ଊ + ଉ = ଊ
ବଧୂ + ଉକ୍ତି = ବଧୂକ୍ତି ( Badhukti )
(ଘ) ଊ + ଊ = ଉକ୍ତି
ଭୂ + ଊର୍ଦ୍ଧ୍ଵ = ଭୂର୍ଦ୍ଧ୍ଵ ( bhurdha )
ସୂତ୍ର :- ‘ଉ’ ବା ‘ଊ’ ପରେ ‘ଉ’ ବା ‘ଊ’ ଥିଲେ ଦୁହେଁ ମିଶି ‘ଊ’ ହୁଅନ୍ତି । ସେହି ‘ଊ’, ଊ କାର ( ୂ ) ହୋଇ ପୂର୍ବବର୍ଣ୍ଣରେ ଯୂକ୍ତ ହୁଏ ।
୪. (କ) ଅ + ଇ = ଏ
ନର + ଇନ୍ଦ୍ର = ନରେନ୍ଦ୍ର ( Narendra )
ପୂର୍ଣ୍ଣ + ଇନ୍ଦ୍ର = ପୂର୍ଣ୍ଣେନ୍ଦୁ ( Purnendu )
ଜିତ + ଇନ୍ଦ୍ରିୟ = ଜିତେନ୍ଦ୍ରିୟ ( Jintendriya )
(ଖ) ଅ + ଈ = ଏ
ଗଣ + ଈଶ = ଗଣେଶ ( Ganesh )
ଧନ + ଈଶ୍ଵର = ଧନେଶ୍ଵର ( Dhaneswara )
(ଗ) ଆ + ଇ = ଏ
ମହା + ଇନ୍ଦ୍ର = ମହେନ୍ଦ୍ର ( Mahendra )
ଯଥା + ଇଷ୍ଟ = ଯଥେଷ୍ଟ ( Jothesta )
(ଘ) ଆ + ଈ = ଏ
ମହା + ଈଶ = ମହେଶ ( Mahesh )
ମହା + ଈଶ୍ଵର = ମହେଶ୍ଵର ( Maheswar )
ସୂତ୍ର :- ‘ଅ’ ବା ‘ଆ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି ‘ଏ’ ହୁଅନ୍ତି । ସେହି ‘ଏ’ ଏକାର ( େ ) ହୋଇ ପୂର୍ବପଦରେ ଯୁକ୍ତ ହୁଏ ।
୫. (କ) ଅ + ଉ = ଓ
ହିତ + ଉପଦେଶ = ହିତୋପଦେଶ ( Hitopodesh )
ପର + ଉପକାର = ପରୋପକାର ( Poropokara )
ପୁରୁଷ + ଉତ୍ତମ = ପୁରୁଷୋତ୍ତମ ( Purusottam )
(ଖ) ଅ + ଊ = ଓ
ଚଳ + ଊର୍ମି = ଚଳୋର୍ମି ( Chalormi )
(ଗ) ଆ + ଉ = ଓ
ଗଙ୍ଗା + ଉଦକ = ଗଙ୍ଗୋଦକ ( Gangodoka )
ମହା + ଉତ୍ସବ = ମହୋତ୍ସବ ( Mahotsaba )
(ଘ) ଆ + ଊ = ଓ
ମହା + ଉର୍ମି = ମହୋର୍ମି ( Mahormi )
ସୂତ୍ର :- ‘ଅ’ ବା ‘ଆ’ ପରେ ‘ଉ’ ବା ‘ଊ’ ଥିଲେ ଦୁହେଁ ମିଶି ‘ଓ’ ହୁଅନ୍ତି । ଏହି ‘ଓ’ ଓ କାର (ୋ) ହୋଇ ପୂର୍ବବର୍ଣ୍ଣରେ ଯୁକ୍ତ ହୁଏ ।
୬. (କ) ଅ + ଋ = ଅର୍
ଦେବ + ଋଷି = ଦେବର୍ଷି ( Debarshi )
ସପ୍ତ + ଋଷି = ସପ୍ତିର୍ଷି ( Saptarshi )
(ଖ) ଆ + ଋ = ଅର୍
ରାଜା + ଋଷି = ରାଜର୍ଷି ( Rajarshi )
ମହା + ଋଷି = ମହର୍ଷି ( Maharshi )
ସୂତ୍ର :- ‘ଅ’ ବା ‘ଆ’ ପରେ ‘ଋ’ ଥିଲେ ଦୁହେଁ ମିଶି ‘ଅର୍’ ହୁଅନ୍ତି । ‘ଅ’ ପୂର୍ବବର୍ଣ୍ଣରେ ଏବଂ ‘ର’ ରେଫ ( <) ହୋଇ ପରବର୍ଣ୍ଣରେ ଯୁକ୍ତ ହୁଏ ।
୭. (କ) ଅ + ଏ = ଐ
ଜନ + ଏକ = ଜନୈକ ( Janeika )
ଏକ + ଏକ = ଏକୈକ ( Akeiko )
(ଖ) ଅ + ଐ = ଐ
ମତ + ଐକ୍ୟ = ମତୈକ୍ୟ ( Mateika )
(ଗ) ଆ + ଏ = ଐ
ତଥା + ଏବ = ତଥୈବ ( Totheiba )
(ଘ) ଆ + ଐ = ଐ
ମହା + ଐଶ୍ଵର୍ଯ୍ୟ = ମହୈଶ୍ଵର୍ଯ୍ୟ ( Maheiswarja )
ସୂତ୍ର :- ‘ଅ’ ବା ‘ଆ’ ପରେ ‘ଏ’ ବା ‘ଐ’ ଥିଲେ ଦୁହେଁ ମିଶି ‘ଐ’ ହୁଅନ୍ତି । ଏହି ‘ଐ’ ଐର କାର ( ୈ) ହୋଇ ପୂର୍ବବର୍ଣ୍ଣରେ ଯୁକ୍ତ ହୁଏ ।
୮. (କ) ଅ + ଓ = ଔ
ଜଳ + ଓକା (ଆଶ୍ରୟ) = ଜଳୌକା (ଜୋକ) ( Jolouka )
ବିଳ + ଓକା = ବିଳୌକା (ବିଲୁଆ) ( Bilouka)
(ଖ) ଅ + ଔ = ଔ
ବନ + ଔଷଧି = ବନୌଷଧି ( Banausodhi )
(ଗ) ଆ + ଓ = ଔ
ମହା + ଓଘ (ସମୂହ) = ମହୌଘ ( Mahougha )
(ଘ) ଆ + ଔ = ଔ
ମହା + ଔଷଧି = ମହୌଷଧି ( Mohousadhi )
ମହା + ଔଦାର୍ଯ୍ୟ = ମହୌଦାର୍ଯ୍ୟ ( Mahoudarja)
ସୂତ୍ର :- ’ଅ’ ବା ‘ଆ´ପେର ‘ଓ’ ବା ‘ଔ’ ଥିଲେ ଦୁହେଁ ମିଶି ‘ଔ’ ହୁଅନ୍ତି । ଏହି ‘ଔ’ (ୌ) ହୋଇ ପୂର୍ବବର୍ଣ୍ଣରେ ଯୁକ୍ତ ହୁଏ ।
୯. (କ) ଇ + ଏ = ୟ୍ + ଏ
ପ୍ରତି + ଏକ = ପ୍ରତ୍ୟେକ ( Pratyeka )
(ଖ) ଇ + ଐ = ୟ୍ + ଐ
ଅତି + ଐଶ୍ଵର୍ଯ୍ୟ = ଅତୈର୍ଶର୍ଯ୍ୟ ( Ateisarja )
ସୂତ୍ର :- ’ଇ’ ବା ‘ଈ´ପରେ ‘ଇ’ ବା ‘ଈ’ ଭନ୍ନ ଅନ୍ୟ ସ୍ଵର ବର୍ଣ୍ଣ ଥିଲେ ‘ଇ’ ବା ‘ଈ’ ସ୍ଥାନରେ ‘ୟ’ ହୁଏ । ପରବର୍ତ୍ତୀ ସ୍ଵରବର୍ଣ୍ଣ ଏହି ‘ୟ’ ରେ ଯୁକ୍ତ ହୁଏ ।
୧୦. (କ) ଉ + ଅ = ଓ୍ଵ
ସୁ + ଅଚ୍ଛ = ସ୍ଵଚ୍ଛ ( Swachha )
(ଖ) ଉ + ଆ = ଓ୍ଵା
ସୁ + ଆଗତ = ସ୍ଵାଗତ ( Swagat)
(ଗ) ଉ + ଏ = ଓ୍ଵେ
ଅନୁ + ଏଷଣ = ଅନ୍ଵେଷଣ ( Amwesan )
ସୂତ୍ର :- ’ଉ’ ବା ‘ଊ’ ପରେ ’ଉ’ ବା ‘ଊ’ ଭନ୍ନ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ’ଉ’ ବା ‘ଊ’ ସ୍ଥାନରେ ‘ଓ୍ଵ’ ହୁଏ । ପରବର୍ତ୍ତୀ ସ୍ଵରବର୍ଣ୍ଣ ଏହି ‘ଓ୍ଵ’ ରେ ଯୁକ୍ତ ହୁଏ ।
ସ୍ଵରସନ୍ଧିରେ ସୂତ୍ରମାନଙ୍କରୁ ଅଲଗା କେତେକ ବ୍ୟତିକ୍ରମ ଦେଖାଯାଏ । ଏହାକୁ ‘ନିପାତନ’ କହନ୍ତି ।
(କ) ବାର + ଅଣା = ବାରଣା ( Barana ), ସାର + ଅଙ୍ଗ = ସାରଙ୍ଗ (ପଶୁପକ୍ଷୀ) ( Sarang )
(ଖ) ପ୍ର + ଊଢ଼ = ପ୍ରୌଢ଼ ( Proudha )
(ଗ) ବିମ୍ଵ + ଓଷ୍ଠ = ବିମ୍ଵୋଷ୍ଠ ( Bimbostha )
(ଘ) ଗୋ + ଅକ୍ଷ = ଗବାକ୍ଷ (ଝରକା) ( Jharka )
|
ଅନୁ + ଏଷଣ
ReplyDelete